ବେଙ୍ଗ ଲଥାନି

ବେଙ୍ଗ ଲଥାନି : ବୁଢ଼ା ଦାଦାର୍ କଥାନି ମୂଲ୍କରା

(ଲେଖକ୍ ନିଜର୍ କୈଶୋର ଅବସ୍ଥା ବେଲର୍ ଅଙ୍ଗେନିଭାଲା ଅନୁଭୂତିନୁ ଇଟା ଲେଖିଛେ।)

୨୦୦୧ ସାଲ୍, ଫୁସ୍‌ ମାସର୍ ଉଜୁଲ୍ ପଖର୍ କେନ୍ସି ଗୁଟେ ବାର୍। ଘଡ଼ି ଦେଖ୍ଲେଁ ରାତିର୍ ଆଠ୍ ଆଡ଼କେ ବାଜିବସ୍ଲା ନ । ଉଡ଼ିସା ରାଏଜର୍ ପଶ୍ଚିମ୍ ତରାକୁତି ଥିବାର୍ ଗୁଟେ ଗାଁର୍ ମଝା ଖୁଏଲ୍ ଲାଗିକରି ଗୁଟେ ମାଏଟ୍ ପାଟେନ୍ ଖପର୍ ଘର୍। ୩ କିଲାସର୍ ଚିଣ୍ଟୁ ଭାତ୍, ଦାଏଲ୍ ସାଙ୍ଗେ, ପୁଡ଼ାଲା ବାଏଗନ୍ ଚିଟ୍କା ଆଁଏଖ୍ ଯେକ୍ ଖାଇ ସାର୍ଲା । ଗିଲାସେ ପାନିର୍ ଅଧା ପି କରି ଅଧାଥିଁ ଘର୍‌ବାଟେଁ ଦୁଇ ପୁଚ୍‌କା ଆଁଚି କରି ଗିଲାସ୍‌କେ ଦୁଆର୍ବନ୍ଧେ ଠନ୍ କରି ଥୁଇଲା କି ଭିତର୍ ଆଡ଼ୁ ଆବାଜ୍‌ଟେ କାନେ ରଟୋ କଲା, "ଗିଲାସ୍‌କେ ହେ ମଝା ଗାଁ-ଖୁଲିଁ ରଖ୍ !" ପିଲାଟା ତତାପନା ହେଇଁ ଗିଲାସ୍କେ ଉଠାଲା ଅଉ ଭିତର୍‌କୁତି ଟିକେ ଥୁଇଲା । ଦୁହି ହାତେଁ ଗିଲାସ୍ ଟେକି କରି ଚାହା ଢୁକୁଥିବାର୍ ତଲିପଡ଼ା ଅଙ୍ଗେନ୍‌ବାଡ଼ିର ପୁର୍‌ଖା ପାଠୁଆ ଚିକିର୍ ମୁଁଡ଼ର୍ ଚୁଟିକେ ଚିଣ୍ଟୁ ଚାହାଲିଁ କରି କହେଲା, "ଗୁଡ଼ିତଲ୍‌କେ କଥାନି ଶୁନି ଯ‌ଉଛେଁ, ଆଏବୁରେ ମାକ୍‌ଡ଼ି ।" ଚାହା ଗିଲାସ୍ କେ ତଲେଁ ଥୁଇ କରିଁ ଫଟକାନ୍ଦିଟେ କାନ୍ଦିକରି ଚିକି କହେଲା, "ଇଏଏଏ .... ମାଁ ...ବାଲ୍ ଧିତୁଛେ, ମାଁକ୍‌ଦି ବଲୁଛେ। ମାକଦ୍ ବଲ୍ । ଏ ମାକଦ୍ । ମାକଦ୍ , ଅତ୍‌କ । ଦିମା।" ତାର୍ ବୁଆର ରାଜକୁମାରୀ ଚିକିର୍ ଜିଭ୍ ନୁହେ ଲେଁହ୍‌ଟେ ।


ଲାଇନ୍ ଲାଗି ଥିଲା ଘରର୍ ଅଲ୍ଗା ଦିନ ବାଦାମି-ଲାଲ୍ ରଙ୍ଗ୍ ଜଲ୍ସି ବଲ୍ ଆଏଜ୍ ନେ ଜଲ୍‌ବାର୍ । ଲାଇନ୍ ପଲେଇ ଯେଇଥିବା । ଠିଆଫୁଲ୍ ଜନକ୍ ରାଏତ୍ ହେଇଥାଏ।

ମଝା ଗାଁ ଥି ଥିବାର୍ ମାହାପୁରୁଗୁଡ଼ିର ସାମ୍ନା ନ ଅଛେ ଉସାର୍ ଖୁଏଲ୍ । ଡାଙ୍ଗଡ଼ା- ଡଁଡ଼୍- କୀର୍ତ୍ତନ- ନାଟ୍-ପାଲା-ମିଟିଂ ସବୁଥି ଗଜ୍ଗଜ‌ଉଥିବାର୍ ଇ ଖୁଏଲ୍‌କେ ସବ୍ ଗୁଡ଼ିତଲ୍ ବଲିଁ ଜାନ୍ସନ୍ । 


 ଦୁହି ଭାଏ ବୁହେନ୍ ଗୁଡ଼ିତଲ୍‌କେ ଆସ୍ଲେ; ଝନେ ହୁଚ୍‌କି ମାର୍‌ତେଲ୍ ଆର୍ ଝନେ ସୁର୍‌ଲି ପାର୍‌ତେଲ୍ । ପାଖର୍ ଗୁଟେ କୁନ୍କି ପରା ଆଡ଼ୁ ୩ ରୁ ୮ ବର୍ଷିଆ ଛୁଆଗୁଡ଼ାଦୁ ଶାଲ୍ ସୁଇଟର୍ ପିନ୍ଧି କରି ଆସୁଛନ୍। ଆଝିରର୍ ବେଲ୍ହ‌ଉ ବେଲର୍ 'ପତର୍ ଅନାତିଲ୍ ' ଖେଲ୍ଲା ବେଲେଁ ଚିଣ୍ଟୁ କେନ୍ତା ମହାଲିମ୍ ଗଜ୍‌କେ ଲିମ୍‌ ଗଜ୍ ବଲିଁ ରେନ୍ହୁ ଥିଲା ବଲିଁ ହୁଆହୁଟା ହ‌ଉଥିଲେ ବେଲ୍କେ ଇ ମାନେ ପାସ୍କେ ପହଞ୍ଚିଲେ। ଚିକି ତା'ର୍ ଦାଦାର୍ ହାତ୍‌କେ ହଲେଇ କରିଁ କହୁଛେ, "ଦାଦା ହେମାନେ ତୋର୍ କଥା ହ‌ଉଛନ୍ ।" 

 ଇନ୍ଦର୍‌ପର୍‌ସ୍‌ଥନ ଦୂର୍‌ଯୋଧନ୍ ଅପମାନିତ ହେଲା ମିତାଲ୍ ମୁହୁଁ କରିଁ ଚିଣ୍ଟୁ ଦୁଃଶାସନ ମିତାଲ୍ ପାଖେଁ ଠିଆ ହେଇଥିବାର୍ ଚିକିକେ ଅର୍ଡ଼ର୍ ଦେଲା, " ଯା' ତରେ, ମୋର୍ ବହି ମୁନା ଥିଁ କମ୍ପାସ୍ ଥିବା । ହେ କମ୍ପାସ୍ ଭିତ୍ରେଁ ବୁଚ୍‌କେ ଲବଡ଼୍ ଥିବା । ସବୁ ଆନ୍‌ବୁ । ଆଏଜ୍ ଲାଁଡ଼ୁ ଅଉ ଗେଥଲର୍ କାନେ ଲାଲ୍ ଫୁଲା ପକାମି। " "ହଁ, ହଁ, ଦାଦା ଦେଖିଛେଁ । ଆନ୍ମି କାଏଁ? " କହିକରି ଚିକି ଏକ୍ ମୁହାଁ ହେଇ ଘର୍ ଆଡ୍‌କେ ନର୍‌ଦିଲା ଯେନ୍ତା କି ହନୁମାନ ବିଶଲ୍ୟକରଣୀ ନେଇ ଯ‌ଉଛନ୍ ।


ଚିକି ଚଁଚଲ୍ ମନେ ଚଁଟିଆ ଚରେ ମିତାଲ୍ ଚେର୍ ପାହା ଡେଗ୍ଲା କି ଦେଖ୍ଲା ସାମ୍ନା ଆଡ଼ୁ କିଏ ଆସୁଛେ। ତାର୍ ମନ୍ଟା ଝଟ୍ କରି ବଦ୍ଲିଁ ଗଲା । ଦିହ ଯାକିର୍ ଉସତ୍‌ର ଲହରି ଖେଲିଗଲା । "ଉଇଇଇଇ..... ଦାଦା ଆଏଲା ନ ରେ ... !" କିର୍ଲାତେଲ୍ ଲେହେଟି ଗୁଡ଼ିତଲ୍‌କେ ନର୍‌ଦିଲା ।


ଦାଦା ପୁହୁଁଚିଲା । ପିଣ୍‌ହା ଉପରେଁ ବସ୍ଲା‌ । ଭ‌ଉଁରେ ଛୁଆ ବସ୍‌ଲେ । କିର୍‌କାବର୍ କମ୍‌ଲା । କଁଟା ବନ୍ଧୁ ଖୁରିଗିନା ମାଜିକରି ଅଁଟାଥି ଗଞ୍ଜ୍ ଖୁତେଇ ଉପର୍ ପରାର୍ ଯୁଆନ୍ ଟୁକେଲ୍ ଦୁଇଟା ବି କାନ୍ଥି ତରେଁ ଅଟ୍କିଲେ, କଥାନି ଦୁଇପଦ୍ ସୁନ୍‌ମାରେ ବଲିଁ । 



"ଆଗୋ ଦାଦା !  ଆଏଜ୍ କେନ୍ ଟଦାନି ଟହେବୁ ?" ଦୁଇ ଚାଏର୍‌ଟା ଛୁଆକୁ ଟେଲ୍ହେଇ କରି ଦାଦାର ପାସ୍‌କେ ପହଁଚିଲା କି ଚିକି କହେଲା ।

ଦାଦା ତାର୍ ପାଚେନ୍ ବାଡ଼ି କେ ପିଣ୍‌ହା ତରେଁ ପକେଇ କରି କେଡ଼େ ଆଦରେଁ ଚିକିର୍ ମୁଡ଼୍‌କେ ସୁଆଲିଁ କହେଲା, "କାଁ ବଲୁଛୁ ମାମା ! କଥାନି ସୁନ୍‌ବୁ । ହଁ, ଆ ଇନ ବସ୍ । ତୁମେ ମାନେ ବି ସଭେ ଆସ । ମୋର୍ ପାଖେଁ ଇ ପିଁଡ଼୍ହା ଥିଁ ବସ। "

ଛୁଆମାନେ: ମୁଇଁ ପାଖେଁ ବସ୍ମି ! ମୁଇଁ ପାଖେଁ ବସ୍ମି । (ଇ ତାର୍ କୁଲେଁ ସେ, ତାର୍ କୁଲେଁ ସେ , ଏନ୍ତା ଲଦାଲଦି ହେଇ ସବ୍ ବସ୍ଲେ ।)

ଦାଦା : ସବ୍ ବସ୍ଲ ? ଆଛା, ଆଏଜ୍ ତୁମ୍କୁ ମୁଇଁ ସେ କଥାନି କହେମି, ସୁନ୍‌ବ ?


ଛୁଆମାନେ: ହଁ, ହଁ। ଦାଦା ସୁନ୍ମୁ । କେନ୍ କଥାନି, କାଏଁ କଥାନି କହେବୁ?

ଦାଦା :

କାଏଁ କଥାନି---- ବେଙ୍ଗ୍ ଲଥାନି ! (ବେଙ୍ଗ୍ ଲଥାନି .. (ସମ୍‌କିରର୍ ପାଲିଆ ଥି ଗୁଡ଼ିତଲ୍ କମ୍‌ପିଗଲା)

କାଏଁ ବେଙ୍ଗ୍ --- ଢୁଡ଼ା ବେଙ୍ଗ୍ !

କାଏଁ ଢୁଡ଼ା---, ବାମ୍ହନ୍ ବୁଢ଼ା!

କାଏଁ ବାମ୍ହନ୍ ,----- ସୂତ୍ ବାମ୍ହନ୍ !

କାଏଁ ସୂତ୍ , ---- ପିଠା ଲୁତ୍ !



କାଏଁ ପିଠା ,----- ତାଲ୍ ଗ‌ଏଁଠା !

କାଏଁ ତାଲ୍ ,---- ସୁର୍‌ସୋ ମାଲ୍ !

କାଏଁ ସୁର୍ସୋ,---- ବନ୍ ସୁର୍ସୋ !

କାଏଁ ବନ୍,---- କିଆ ବନ୍ !

କାଏଁ କିଆ, --- ରଜାର୍ ବିହା !

କାଏଁ ରଜା --- ଖଁଡ଼୍ ଖଜା !

କାଏଁ ଖଁଡ଼୍ ,---- ଆଏଁଖ୍ ଡଁଣ୍ !

କାଏଁ ଆଁଏଖ୍, ---- ପତ୍‌ଲା ଆଏଁଖ୍!

କାଏଁ ପତ୍‌ଲା, ଧାନ୍ ଖେଡ଼େ ଖେଡ଼େ ପାଚ୍ଲା 

ତୋର୍ ମାଁସି ଖେତେଁ ନାଚ୍‌ଲା ।

ଗୁଟେ ସହ.....ର୍ ଟେ ଥିଲା।

ସେ ସହରେଁ ଗୁଟେ....

(ଆଜିରର୍ କଥାନି ମୁଲ୍‌ ହେଲା)


✍️  ©ଆଲୋକ

Comments

  1. ଆମର୍ କଥାନି ମାନ୍ କେ ପ୍ରଚଳିତ୍ ରଖ୍ ବାର୍ ସୁନ୍ଦର୍ ପ୍ରୟାସ୍।👌🏻👌🏻

    ReplyDelete
    Replies
    1. ବହୁତ୍ ଧନ୍ୟବାଦ୍।

      Delete
  2. କଥାନିର ଇ ଧାର୍ କେଭେ ନାଇଁ ସରୁ.. ଅତି ସୁନ୍ଦର୍

    ReplyDelete
    Replies
    1. ଅଶେଷ ଧନ୍ୟବାଦ୍ ।

      Delete
  3. ଆମର୍ କଥା କଥା ଥି କଥାନି...କେଡେ ସୁନ୍ଦର୍ ଆମର୍ ପରମ୍‌ପରା ...ବଢ଼ିଆ ଧାରାଟେ ଆରମ୍ଭ କରିଛ ଛୋଟୁ...ମନ୍‌କେ ଛିଇଁଲା...ଏନ୍ତା ବଢ଼ିଆ ଲେଖିଚାଲ .. ଆମେ ବି ସୋର୍ କର୍‌ମା ସେଦିନ୍‌କେ ଆର୍ ଆଏବା ପିଢ଼ି‌କେ ଭି ବତାମା😊

    ReplyDelete
    Replies
    1. ଗୁର୍ଦୁଟେ ଧନ୍ୟବାଦ୍ ଦିଦି ।

      Delete
  4. ଖୁବ୍ ବଢିଆ ଲେଖା ଆଲୋକ.... ଆଞ୍ଚଳିକ ପରମ୍ପରା କେ ବଞ୍ଚାବାର ଲାଗି ଗୁଟେ ପ୍ରୟାସ । ଏଇ ପ୍ରଚେଷ୍ଟା ଜାରି ରହୁ । ଶୁଭେଚ୍ଛା

    ReplyDelete
    Replies
    1. ଅନଗିନତ୍ ଧନ୍ୟବାଦ୍ ଦାଦା ।

      Delete

Post a Comment

ଆପଣ୍‌କର୍ ସୁଚିନ୍ତିତ ମତାମତ ଦେଉନ୍।

Popular posts from this blog

ଧନା

Suktisudha1